[ ଏଠାରେ ପଢନ୍ତୁ ଭାଗ - ୧୦ ] -- ତୃତୀୟ ଅଧ୍ୟାୟ -- ପ୍ରେରକ ବିହୀନ ପତ୍ର ବ୍ରାଜିଲୀୟ ଲୋହିତଲାଞ୍ଜ ବୋଆ ସର୍ପକୁ ଚିଡ଼ିଆଖାନାରୁ ମୁକ୍ତ କରିବା ପାଇଁ ହରିକୁ ବହୁତ ଦୀର୍ଘ ସମୟ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିଲା | ତା'କୁ ଅନ୍ଧାର କୋଠରିରୁ ବାହାରକୁ ଆସିବା ପାଇଁ ଅନୁମତି ମିଳିଲା ବେଳକୁ ବିଦ୍ୟାଳୟରେ ଗ୍ରୀଷ୍ମାବକାଶ ଆରମ୍ଭ ହୋଇ ଯାଇଥିଲା , ଦୁଦୁଲି ସେହି ସମୟ ମଧ୍ୟରେ ତା'ର ନୂଆ ଭିଡିଓ କ୍ୟାମେରା ଓ ରିମୋଟ ଚାଳିତ ଖେଳନା ଉଡ଼ାଜାହାଜ ଆଦି ଭାଙ୍ଗି ସାରିଥିଲା ଏବଂ ପ୍ରଥମଥର ପାଇଁ ରେସିଂ ସାଇକେଲ ବାହାରେ ରାସ୍ତାରେ ଚଲଉ ଚଲଉ ବାଡ଼ି ଖଣ୍ଡେ ଧରି ଛୋଟେଇ ଛୋଟେଇ ଚାଲୁଥିବା ଶ୍ରୀମତି ପାଢୀଙ୍କୁ ଧକ୍କା ଦେଇ ପୁଣି ଥରେ ଆହତ କରି ସାରିଥିଲା | ସେତେବେଳକୁ ବିଦ୍ୟାଳୟ ଛୁଟି ଥିବା କାରଣରୁ ହରି ସାମାନ୍ୟ ଖୁସି ଥିଲା , ହେଲେ ଦୁଦୁଲି ଆଉ ତା'ର ଦଳ ଠାରୁ ହରିର ନିସ୍ତାର କାହିଁ ? ଦୁଦୁଲିର ସାଙ୍ଗ ପାରଶ , ଦିନେଶ , ମଲ୍ଲକାମୀ , ଗୁଡୁ ଇତ୍ୟାଦି ପ୍ରତ୍ୟହ ଦୁର୍ଷାଳବାବୁଙ୍କ ଘରକୁ ଖେଳିବା ପାଇଁ ଆସୁଥିଲେ -- ସେମାନେ ସମସ୍ତେ ବିଶାଳକାୟ , ଗୁଣ୍ଡାଗର୍ଦ୍ଦି ମାଡ଼ପିଟରେ ଆଗଭର ଏବଂ ଏକ କୁ ବଳି ଏକ ମୂର୍ଖ | କିନ୍ତୁ ଯେହେତୁ ଦୁଦୁ୍ଲି ସେମାନଙ୍କ ମଧ୍ୟରେ ସବୁଠାରୁ ବିଶାଳକାୟ ଏବଂ ସବୁଠୁ ବଡ଼ ମୂର୍ଖ , ଦୁଦୁଲି ସେମାନଙ୍କ ମଧ୍ୟରେ ନେତା | ସେମାନେ ସମସ୍ତେ ଦୁଦୁଲିର ପ୍ରିୟ ଖେଳଟି ଖେଳି ବଡ଼ ଖୁସି , ତାହା ହେଲା -- ...
- Get link
- X
- Other Apps