[ ଏଠାରେ ପଢନ୍ତୁ ଭାଗ - ୮ ]
ଅସୁବିଧା ଏହା କି , ହରି ଯେଉଁ ଆଡ଼େ ବି ଯାଏ ତା'ର ଚାରି ପାଖରେ ଅଜବ ଅଜବ ଘଟଣାମାନ ଘଟିଯାଏ ; ମାତ୍ର ହରି ଯେ ଏସବୁ ଅଘଟଣ ପାଇଁ ଦାୟୀ ନୁହଁ -- ସେ କଥା ଦୁର୍ଷାଳମାନଙ୍କୁ କହିବାରେ କି ଲାଭ !
ଯେମିତିକି , ହରି ସପ୍ତାହରେ ଥରେ ବାରିକ ଦୋକାନକୁ ଯାଇ ବାଳ କାଟି ଆସିଲେ ମଧ୍ୟ କେବେ ଲାଗେ ନାହିଁ ଯେ ସେ ବାରିକ ଦୋକାନକୁ ଯାଇଥିଲା ଆଉ ବାଳ କାଟି ଆସିଥିଲା | ବିଶେଷତଃ ପୁତନା ମାଉସୀ ହରି ବାରିକ ପାଖକୁ ଯିବା କଥାଟା ବିଶ୍ବାସ କରି ପାରନ୍ତି ନାହିଁ | ଥରେ ପୁତନା ମାଉସୀ ଖପା ହୋଇ ରୋଷେଇ ଘରେ ଥିବା କଇଁଚିଟି ଧରି ହରିର ମୁଣ୍ଡରୁ ସବୁତକ ବାଳ କାଟି ପକାଇଲେ -- କେବଳ କପାଳ ଉପରେ ଥିବା କେଇ କେରା ବାଳକୁ ଛାଡ଼ି , ହରିର କପାଳରେ ଥିବା ସେହି ଭୟାନକ କ୍ଷତଚିହ୍ନଟିକୁ ଲୁଚାଇବା ପାଇଁ | ସେଦିନ ହରିର ହୁଲିଆ ଦେଖି ଦୁଦୁଲି ହସି ହସି ବେଦମ୍ ହୋଇଗଲା , ହରି ମଧ୍ୟ ରାତିସାରା ଶୋଇ ପାରିଲା ନାହିଁ ଏକଥା ଭାବି ଭାବି ଯେ କାଲି ସକାଳେ ବିଦ୍ୟାଳୟରେ ସାଙ୍ଗ ପିଲାମାନେ ତା'କୁ ଦେଖି କ'ଣ କହିବେ -- ଏମିତିରେ ତ ପିଲାମନେ ହରିର ଢିଲା ପାଇଜାମା ଆଉ ଭଙ୍ଗା ଚଷମା ଦେଖି ହସନ୍ତି ତା' ଉପରେ |
ପରଦିନ ସକାଳେ କିନ୍ତୁ ହରି ଉଠିଲା ବେଳକୁ ତା' ମୁଣ୍ଡରେ ପୂର୍ବ ପରି ଗହନ କେଶ ; ଯେମିତିକି ପୂର୍ବଦିନ ପୁତନା ମାଉସୀ ବଳପୂର୍ବକ ତା'ର ବାଳ କାଟିଦେବା ଏକ ଦୁଃସ୍ବପ୍ନ ମାତ୍ର -- ଯଦିଓ ଏହା କୌଣସି ସ୍ବପ୍ନ ନଥିଲା | ରାତିକ ଭିତରେ ହରି ମୁଣ୍ଡରେ କିପରି ବାଳ ଉଠିଲା ତାହା ସେ ନିଜେ ମଧ୍ୟ ବୁଝି ପାରିନଥିଲା ଅଥବା କାହାକୁ ବୁଝାଇ ପାରିନଥିଲା | ଫଳତଃ ହରିକୁ ଗୋଟେ ସପ୍ତାହ ଶିଡି ତଳ ଅନ୍ଧାର କୋଠରିରେ ବନ୍ଦ ହୋଇ ରହିବାର ଦଣ୍ଡ ମିଳିଥିଲା |
ଆଉ ଥରକର କଥା , ପୁତନା ମାଉସୀ ହରିକୁ ଦୁଦୁଲିର ଏକ ପୁରୁଣା ଓ କଦର୍ଯ୍ୟ ସ୍ବେଟର ( ବାଦାମୀ ରଙ୍ଗ ଉପରେ ନାରଙ୍ଗୀ ଫୁଲପକା ) ବଳପୂର୍ବକ ପିନ୍ଧାଇବାକୁ ଚେଷ୍ଟା କରୁଥିଲେ -- କିନ୍ତୁ ସେ ସ୍ବେଟରଟିକୁ ଯେତେ ଜୋରରେ ହରିର ମୁଣ୍ଡ ଉପର ଦେଇ ଟାଣୁଥିଲେ , ସ୍ବେଟରଟି ସେତେ ଛୋଟ ହୋଇ ଯାଉଥିଲା ; ଶେଷରେ ତାହା ଏମିତି ଛୋଟ ହୋଇଗଲା ଯେ ହୁଏତ ତାହା ଏକ ଛୋଟ କଣ୍ଢେଇ ପାଇଁ ଠିକ୍ ମାପର ହୋଇଥାନ୍ତା | ପୁତନା ମାଉସୀ ଶେଷରେ ହାର୍ ମାନିଲେ ଓ ଭାବିଲେ ଯେ ବୋଧ ହୁଏ ସ୍ବେଟରଟି ଧୁଆଧୋଇରେ ସଂକୀର୍ଣ୍ଣ ହୋଇଯାଇଛି , ହରିର ଭାଗ୍ୟ ନିଶ୍ଚିତ ଭଲ ଥିଲା ସେଦିନ କାରଣ ଏଥିପାଇଁ ତାକୁ କିଛି ଦଣ୍ଡ ମିଳିଲା ନାହିଁ |
ଅପରପକ୍ଷେ ଏକଦା ହରି ବିଦ୍ୟାଳୟର ରୋଷେଇଶାଳ ଛାତ ଉପରେ ଚଢିବା କାରଣରୁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲା | ସବୁଦିନ ଭଳି ସେଦିନ ମଧ୍ୟ ଦୁଦୁଲିର ଦଳ ହରିକୁ ଧରିବା ପାଇଁ ଗୋଡ଼ାଉଥିଲେ ( ହରି-ଧରା ଦୁଦୁଲି ଆଉ ତା' ସାଙ୍ଗଦଳର ପ୍ରିୟ ଖେଳ ) , ମାତ୍ର ବଡ଼ ବିସ୍ମୟର କଥା , ସମସ୍ତେ ଏବଂ ହରି ନିଜେ ମଧ୍ୟ ଚକିତ ହୋଇଗଲା -- ହଠାତ୍ କେମିତି ହରି ନିଜକୁ ନିଜେ ରୋଷେଇଶାଳ ଛାତ ଉପରେ ବସିଥିବାର ପାଇଲା | ବିଦ୍ୟାଳୟର ପ୍ରଧାନଶିକ୍ଷକ ହରି ବିଦ୍ୟାଳୟର ଛାତବାଡ଼ ଚଢୁଥିବା ମର୍ମରେ ଏକ ଅଭିଯୋଗପୂର୍ଣ୍ଣ ପତ୍ର ଲେଖିଥିଲେ ଦୁର୍ଷାଳବାବୁଙ୍କ ନିକଟକୁ | ହରିକୁ ଏଥିପାଇଁ ଶିଡିତଳ ଅନ୍ଧାର କୋଠରିରେ କେତେଦିନ ବନ୍ଦ ରହିବାକୁ ପଡ଼ିଥିଲା | ସେ ଯେ ଖାଲି ରୋଷେଇଶାଳ ଦୁଆର ପାଖରେ ଥିବା ଅଳିଆଗଦା ପଛରେ ଲୁଚିବା ପାଇଁ ଡେଇଁଥିଲା -- ଏ କଥା ହରି ଅନ୍ଧାର କୋଠରି ଭିତରୁ ଯେତେ ଥର ଚିତ୍କାର କରି କହିଲେ ମଧ୍ୟ ବାଣ ମଉସା ତା'କୁ ବିଶ୍ବାସ କରି ନଥିଲେ | ହରି ଭାବିଲା କି ବୋଧହୁଏ ସେ ଏତେ ଦୁର୍ବଳ ହୋଇଥିବା କାରଣରୁ ପବନ ତା'କୁ ମଝି ଡିଆଁରେ ଉଡ଼ାଇନେଇ ଛାତ ଉପରେ ଥୋଇ ଦେଇଥିଲା |
କିନ୍ତୁ ଆଜି କିଛି ବି ଅସୁବିଧା ହେବ ନାହିଁ | ଯଦିଓ ତା'କୁ ଦିନଟି ଦୁଦୁଲି ଏବଂ ପାରଶ ସହିତ କଟାଇବାକୁ ପଡ଼ିବ , ତଥାପି କୌଣସି ଦର୍ଶନୀୟ ସ୍ଥାନରେ ଦିନ ବିତାଇବା ନିଶ୍ଚିତ ରୂପେ ବିଦ୍ୟାଳୟ ଅଥବା ଅନ୍ଧାର କୋଠରି ଅଥବା ଶ୍ରୀମତି ପାଢୀଙ୍କ କୋବି ଗନ୍ଧ ଭରା ବୈଠକଘରେ ଦିନ ବିତାଇବା ଠାରୁ ଅନେକଗୁଣା ଭଲ |
ଗାଡ଼ି ଚଲାଉ ଚଲାଉ ବାଣାସୁର ମଉସା ପୁତନା ମାଉସୀଙ୍କ ଆଗରେ ଅଭିଯୋଗ କରିବା ଆରମ୍ଭ କଲେ | ବିଭିନ୍ନ ଜିନିଷ ବିଷୟରେ ଅଭିଯୋଗ କରିବା ତାଙ୍କର ଭାରି ପସନ୍ଦ -- ସହକର୍ମୀମାନଙ୍କ କାର୍ଯ୍ୟକଳାପ , ହରି , ପୌରପାଳିକା , ହରି , ବ୍ୟାଙ୍କ ଏବଂ ହରି ବିଷୟରେ ଅଭିଯୋଗ କରିବା ତାଙ୍କର ଅତ୍ୟନ୍ତ ଅଭ୍ୟାସଗତ ଏବଂ ପ୍ରିୟ | ଆଜି ସକାଳର ଅଭିଯୋଗର ବିଷୟବସ୍ତୁ ଥିଲା 'ମୋଟରସାଇକେଲ' |
" ... ପାଗଳଙ୍କ ଭଳି ରଡ଼ି ଛାଡ଼ି ଗାଡ଼ି ଚଲାଉଛନ୍ତି , ଆଜିକାଲିକା ବାତରା ଟୋକା ," ସେ କହୁଥାନ୍ତି , ଠିକ୍ ସେହି ସମୟରେ ଗୋଟିଏ ମୋଟରସାଇକେଲ୍ ଦ୍ରୁତ ଗତିରେ ତାଙ୍କୁ ଅତିକ୍ରମ କରିଗଲା |
" ମୁଁ ଗୋଟେ ମୋଟରସାଇକେଲ ସ୍ବପ୍ନରେ ଦେଖିଥିଲି ," ହରିର ହଠାତ୍ ମନେ ପଡ଼ିଗଲା ," ସେଇଟି ଆକାଶରେ ଉଡ଼ୁଥିଲା |"
ବାଣାସୁର ମଉସା ସାମ୍ନାରେ ଯାଉଥିବା ଗାଡ଼ିଟିକୁ ଧକ୍କା ଦେଉ ଦେଉ ରହିଗଲେ | ସେ ପଛକୁ ବୁଲିପଡ଼ି ହରି ଉପରେ ଗର୍ଜି ଉଠିଲେ , ତାଙ୍କର ମୁହଁ କ୍ରୋଧରେ ପାଚିଲା ଲଙ୍କା ପରି ଲାଲ ପଡ଼ିଯାଇଥାଏ , ନିଶ କମ୍ପୁଥାଏ -- " ମୋଟରସାଇକେଲ ରାସ୍ତାରେ ଗଡ଼େ , ଆକାଶରେ ଉଡ଼େ ନାହିଁ , ନିର୍ବୋଧ !"
ଦୁଦୁଲି ଓ ପାରଶ ଫେଁ ଫେଁ ହୋଇ ହସି ଉଠିଲେ |
" ମୁଁ ଜାଣିଛି ସେମାନେ ଉଡ଼ନ୍ତି ନାହିଁ " ହରି କହିଲା କ୍ଷୀଣ ସ୍ବରରେ , " ସେଇଟା ଖାଲି ଗୋଟେ ସ୍ବପ୍ନ ଥିଲା |"
କିନ୍ତୁ ହରି ମନ ଭିତରେ ଭାବୁଥାଏ କି ସେ କିଛି ନ କହିଥିଲେ ବରଂ ଭଲ ହୋଇଥାନ୍ତା | ହରିର ପ୍ରଶ୍ନ ପଚାରିବା ଠାରୁ କିଛି ଅଧିକ ବିରକ୍ତିକର ଜିନିଷ ଯଦି ଥାଏ ଦୁର୍ଷାଳ ବାବୁଙ୍କ ଦୁନିଆରେ , ତେବେ ତାହା ହେଉଛି ହରି କୌଣସି ବସ୍ତୁ ଅସ୍ବାଭାବିକ ବ୍ୟବହାର କରିବା ବିଷୟରେ କିଛି କହିବା -- ସେ ଅସ୍ବାଭାବିକତା ସ୍ବପ୍ନରେ ହେଉ ଅବା ଗଳ୍ପରେ -- ଦୁର୍ଷାଳବାବୁଙ୍କ ମତରେ ଏସବୁ କିଛି ବଡ଼ ବିପଜ୍ଜନକ ଚିନ୍ତାଧାରାର ଲକ୍ଷଣ |
ସେଦିନ ଶନିବାର ଏବଂ ବହୁତ ଖରା ହେଉଥାଏ | ଚିଡ଼ିଆଖାନାରେ ଅନେକ ପରିବାର ବୁଲିବାକୁ ଆସିଥାନ୍ତି , ପ୍ରବଳ ଭିଡ଼ | ଦୁର୍ଷାଳବାବୁ ଚିଡ଼ିଆଖାନା ପ୍ରବେଶଦ୍ବାରରେ ଦୁଦୁଲି ଏବଂ ପାରଶ ପାଇଁ ଦୁଇଟି ବଡ଼ ବଡ଼ ଚକୋଲେଟ ଆଇସକ୍ରିମ୍ କିଣିଦେଲେ | ସେ ହରିକୁ ଆଡ଼େଇ ନେଇ ଯାଉଥିଲେ , ମାତ୍ର ଆଇସକ୍ରିମ୍ ବିକାଳି ଜଣକ ହରି କ'ଣ ଖାଇବ ବୋଲି ପଚାରିଦେଲା ; ଫଳତଃ ଦୁର୍ଷାଳବାବୁଙ୍କୁ ହରି ପାଇଁ ଗୋଟିଏ ଶସ୍ତା ନଡ଼ିଆ ଆଇସକ୍ରିମ୍ କିଣିବାକୁ ପଡ଼ିଲା | ହରିର ସେଥିରେ ମହାନନ୍ଦ , ଶସ୍ତା ହେଲେ ବି ଖରା ସମୟକୁ ସେ ଆଇସକ୍ରିମ୍ର ସ୍ବାଦ କିଛି ଖରାପ ନୁହେଁ | ହରି ଆଇସକ୍ରିମ୍ଟି ଖାଉ ଖାଉ ଗୋଟିଏ ଗରିଲା ନିଜର ମୁଣ୍ଡ କୁଣ୍ଡାଇବା ଦେଖୁଥାଏ -- ହରି ଭାବୁଥାଏ ଯେ ଗରିଲାଟି କଳା ନହୋଇ ଗୋଲାପୀ ହୋଇଥିଲେ ଠିକ୍ ଦୁଦୁଲି ପରି ଦେଖା ଯାଆନ୍ତା |
ହରି ବହୁତ ଦିନ ପରେ ସେଦିନ ଏକ ଭଲ ସକାଳ ଉପଭୋଗ କରୁଥାଏ | ସେ ସାବଧାନ ହୋଇ ଦୁର୍ଷାଳ ପରିବାର ଠାରୁ ସାମାନ୍ୟ ଦୂରରେ ରହି ଚାଲୁଥାଏ , କାରଣ ଦୁଦୁଲି ଓ ପାରଶ ମଧ୍ୟାହ୍ନ ଭୋଜନ ବେଳକୁ ପଶୁ ପକ୍ଷୀ ଦେଖି ଦେଖି କିଞ୍ଚିତ୍ ବିରକ୍ତ ଓ ଉଦାସ ହୋଇ ଉଠିଥାନ୍ତି ; ସେମାନେ ବିରକ୍ତ ହୋଇ ହରିକୁ ଧରି ପିଟିବା କିଛି ନୂଆ କଥା ନୁହେଁ -- ବରଂ ହରିକୁ ଧରି ପିଟିବା ସେମାନଙ୍କର ସବୁଠାରୁ ପ୍ରିୟ ଖେଳ | ସେମାନେ ଚିଡ଼ିଆଖାନାର ଭୋଜନାଳୟରେ ମଧ୍ୟାହ୍ନଭୋଜନ କଲେ | ସେଥିରେ ଦୁଦୁଲିର ଜିଲାପିଟି ସାମାନ୍ୟ ଛୋଟ ହୋଇଥିବାରୁ ସେ କାନ୍ଦିବାକୁ ଆରମ୍ଭ କଲା , ଫଳରେ ବାଣାସୁର ମଉସା ଦୁଦୁଲି ପାଇଁ ଆଉ ଗୋଟେ ବଡ଼ ଜିଲାପି କିଣିଲେ ଏବଂ ପୁରୁଣା ଜିଲାପିଟି ହରିକୁ ଖାଇବା ପାଇଁ ମିଳିଗଲା |
ପରେ ପରେ , ହରିକୁ ଲାଗିଲା ଯେ ଆଜି ଦିନଟି ତା' ପାଇଁ ଭାରି ଭଲ -- ହେଲେ କଥାରେ ଅଛି " ସୁଖର ଦିନ ଘୋଡ଼ାରେ ଚଢି ଯାଏ , ଆଉ ଦୁଃଖର ଦିନ ହାତୀରେ |"
[ ଏଠାରେ ପଢନ୍ତୁ ଭାଗ - ୧୦ ]
ମୂଳ ରଚନା -- ଜେ. କେ. ରାଓଲିଂ
ଅନୁବାଦ -- ଗଣେଶ